ଭୁବନେଶ୍ୱରରେ ଆଉ ୪୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱରରୁ ଆଜି ଆଉ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୩୧ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଁଚିଛି । ଏହା ମଧ୍ୟରୁ ୨୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣ ପ୍ରାଣ ହରାଉଛନ୍ତି । ୧୬୦ଟି ସକ୍ରିୟ କେସ୍ ରହିଛି ।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରମୁଣ୍ଡାର ୪୮ ବର୍ଷର ବ୍ୟକ୍ତି । ସେହିପରିକେଦାରଗୌରୀ ଅଞ୍ଚଳର ଜଣେ ୫୬ ବର୍ଷର ବ୍ୟକ୍ତି, ସାଲିଆ ସାହିର ୨୭ ବର୍ଷୀୟା ମହିଳା, ଖଣ୍ଡିଗିରି ଆମ୍ରି ହସ୍ପିଟାଲ ନିକଟରୁ ୨୯ ବର୍ଷର ଯୁବକ,ସୁବାର ନଗର ବସ୍ତିର ୩୬ ବର୍ଷର ବ୍ୟକ୍ତି, ପୁରୁଣା ଭୁବନେଶ୍ୱର ଜମ୍ବେଶ୍ୱର ପାଟନାର ୪୮ ବର୍ଷର ଯୁବକ, ୟୁନିଟ ୪ ଏମଏଲଏ କଲୋନୀର ୭୨ ବର୍ଷର ବୃଦ୍ଧ ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ୬୫ ବର୍ଷର ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.