ରାଜ୍ୟରେ ଚିହ୍ନଟ ହେଲେ ୪୩୫୬ କରୋନା ସଂକ୍ରମିତ, ୨୦୫୪୫୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ୧୫୬୫୪୩୨ ଜଣ ସୁସ୍ଥ ହୋଇଥିବାବେଳେ ୩୯୧୮୪ ଆକ୍ଟିଭ ମାମଲା ରହିଛି ।
ତେବେ ଖୋର୍ଦ୍ଧାରୁ ସର୍ବାଧିକ ୯୦୨, କଟକରୁ ୪୦୯, ଯାଜପୁରରୁ ୧୩୬, ପୁରୀରୁ ୧୬୮, ଅନୁଗୁଳରୁ ୧୯୭, ଜଗତସିଂହପୁରରୁ ୧୭୧, ନୂଆପଡ଼ାରୁ ୧୭୩, ମୟୁରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୫୮, ସମ୍ବଲପୁରରୁ ୮୧, ବାଲେଶ୍ୱରରୁ ୧୯୪, କଳାହାଣ୍ଡିରୁ ୭୧, ବରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୧୯, କନ୍ଧମାଳରୁ ୯୧, କେନ୍ଦୁଝରରୁ ୫୫, ଝାରସୁଗୁଡ଼ାରୁ ୧୨୦, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୭୬, କୋରାପୁଟରୁ ୮୨, ଢ଼େଙ୍କାନାଳରୁ ୮୪, ଗଞ୍ଜାମରୁ ୬୨, ମାଲକାନଗିରିରୁ ୨୮, ରାୟଗଡ଼ାରୁ ୧୨୧, ନୟାଗଡ଼ରୁ ୫୧, ଭଦ୍ରକରୁ ୧୨୪, ବୌଦ୍ଧରୁ ୪୯, ସୋନପୁରରୁ ୧୪, ଦେଓଗଡ଼ରୁ ୧୪, ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।