ରାଜ୍ୟରେ ଚିହ୍ନଟ ହେଲେ ୪୩୪୦ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୧୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ। ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ ୧୦୮, ଭଦ୍ରକ ୧୦୫, ବଲାଙ୍ଗୀର ୫୩,ବୌଦ୍ଧ ୬୭, କଟକ ୫୬୭, ଦେଓଗଡ଼ ୨୨, ଢେଙ୍କାନାଳ ୫୬, ଗଜପତି ୧୯, ଗଞ୍ଜାମ ୯୦, ଜଗତସିଂହପୁର ୧୯୩, ଯାଜପୁର ୧୫୧, ଝାରସୁଗୁଡ଼ା ୧୭୪, କଳାହାଣ୍ଡି ୫୮, କନ୍ଧମାଳ ୧୪୩, କେନ୍ଦ୍ରାପଡ଼ା ୧୦୯, କେନ୍ଦୁଝର ୯୦, ଖୋର୍ଦ୍ଧା ୬୫୩, କୋରାପୁଟ ୭୭, ମାଲକାନଗିରି ୩୪, ମୟୁରଭଞ୍ଜ ୧୨୭, ନବରଙ୍ଗପୁର ୧୪୩, ନୟାଗଡ଼ ୮୪, ନୂଆପଡ଼ା ୭୪, ପୁରୀ ୨୦୩, ରାୟଗଡ଼ା ୬୨, ସମ୍ବଲପୁର ୧୩୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୩୮ ଚିହ୍ନଟ ହୋଇଛନ୍ତି।