୩୦ ଜିଲ୍ଲାରୁ ଆଜି ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୩୩୦ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ ଟି ମାମଲା ରହିଛି ।
ସେହିପରି ପୁରୀରୁ ୨୯୨ଟି, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, ବରଗଡ଼ରୁ ୯୯, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୭୬ଟି, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୫୩, ନୂଆପଡ଼ାରୁ ୬୨, ସମ୍ବଲପୁରରୁ ୧୦୭, ବଲାଙ୍ଗୀରରୁ ୭୯ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମରୁ ୫୧, କେନ୍ଦୁଝରରୁ ୧୧୮ ଟି, ନବରଂଗପୁରରୁ ୧୩୩ଟି, କୋରାପୁଟରୁ ୯୪ଟି, ରାୟଗଡ଼ାରୁ ୮୫ଟି, ସୋନପୁରରୁ ୨୫ଟି, ଭଦ୍ରକରୁ ୭୪ଟି, ନୟାଗଡ଼ରୁ ୫୩ଟି, ସୁନ୍ଦରଗଡ଼ରୁ ୧୨୩ଟି, ଢେଙ୍କାନାଳରୁ ୬୭ଟି ମାମଲା ଚିହ୍ନଟ ହୋଇଛି ।