ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,(ଓଡିଶା ଟାଇମ୍): ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୪୩ ସୁସ୍ଥଙ୍କ ମଧ୍ୟରେ ଅନୁଗୁଳରେ ୧୫, ଗଞ୍ଜାମରେ ୮, ରାଉରକେଲାରେ ୮, ଯାଜପୁରରେ ୮, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟ ଘଟିଛି । ଏବେ ରାଜ୍ୟରେ ୭୪୬ ଆକ୍ଟିଭ କେସ୍ ରହିଛି ।