ରାଜ୍ୟରେ ଚିହ୍ନଟ ହେଲେ ୪୨୪୨ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୪୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୦୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଆଜି ଅନୁଗୁଳରୁ ୧୩୦, ବାଲେଶ୍ୱରରୁ ୧୫୫, ବରଗଡ ୧୧୪, ଭଦ୍ରକ ୧୧୪, ବଲାଙ୍ଗିର ୬୮, ବୌଦ୍ଧ ୪୫, କଟକ ୫୯୫, ଦେବଗଡ ୧୦, ଢ଼େଙ୍କାନାଳ ୭୧, ଗଜପତି ୨୭, ଗଞ୍ଜାମ ୫୭, ଜଗତସିଂହପୁର ୧୭୬, ଯାଜପୁର ୧୩୧, ଝାରସୁଗୁଡା ୨୦୫, କଳାହାଣ୍ଡି ୪୦, କନ୍ଧମାଳ ୧୫୩, କେନ୍ଦ୍ରାପଡା ୧୫୫, କେନ୍ଦୁଝର ୬୨, ଖୋର୍ଦ୍ଧା ୬୫୨, କୋରାପୁଟ ୯୦, ମାଲକାନଗିରି ୬୯, ମୟୁରଭଞ୍ଜ ୧୭୧, ନବରଙ୍ଗପୁର ୫୪, ନୟାଗଡ଼ ୫୩, ନୂଆପଡ଼ା ୫୮, ପୁରୀ ୧୮୨, ରାୟଗଡ଼ା ୧୩୪, ସମ୍ୱଲପୁର ୧୧୩, ସୋନପୁର ୧୯, ସୁନ୍ଦରଗଡ଼ ୧୩୩ ଚିହ୍ନଟ ହୋଇଛି