ରାଜ୍ୟରେ ଚିହ୍ନଟ ହେଲେ ୪୨୩୭ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୨୫୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୫୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି

ଆଜି ଚିହ୍ନଟ କରୋନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ରହିଛନ୍ତି। ସେହିପରି କଟକ- ୫୭୭, ଅନୁଗୁଳ-୧୧୦, ବାଲେଶ୍ବର- ୧୬୧, ବରଗଡ଼- ୧୨୧, ଭଦ୍ରକ- ୧୩୬, ବଲାଙ୍ଗୀର- ୬୭, ବୌଦ୍ଧ- ୪୩, ଦେବଗଡ଼- ୨୨, ଢେଙ୍କାନାଳ- ୭୦, ଗଜପତି- ୪୨, ଜଗତସିଂହପୁର- ୨୦୫, ଯାଜପୁର- ୨୦୧, ଝାରସୁଗୁଡ଼ା- ୨୦୫, କଳାହାଣ୍ଡି- ୫୭, କନ୍ଧମାଳ-୫୫, କେନ୍ଦ୍ରାପଡ଼ା- ୧୪୮, କେନ୍ଦୁଝର- ୪୨, କୋରାପୁଟ- ୮୯, ମାଲକାନଗିରି- ୪୪, ମୟୁରଭଞ୍ଜ- ୧୩୯, ନବରଙ୍ଗପୁର- ୭୦, ନୟାଗଡ- ୫୦, ନୂଆପଡ଼ା- ୧୧୫, ପୁରୀ- ୨୧୯, ରାୟଗଡ଼ା- ୫୧, ସମ୍ବଲପୁର- ୧୧୧, ସୋନପୁର-୧୩୧, ସୁନ୍ଦରଗଡ଼- ୧୦୧ ଓ ଷ୍ଟେଟପୁଲରୁ ୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.