ରାଜ୍ୟରେ ଚିହ୍ନଟ ହେଲେ ୪୨୦୮ କରୋନା ସଂକ୍ରମିତ, ୨୦୧୦୯୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୬୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୭୪୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଓ କଟକରୁ ୪୬୫ । ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡ଼ ୧୧୪, ଭଦ୍ରକ ୪୮, ବଲାଙ୍ଗୀର ୭୬, ବୌଦ୍ଧ ୨୯, ଦେଓଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୧୩, ଗଞ୍ଜାମ ୬୩, ଜଗତସିଂହପୁର ୧୮୧, ଯାଜପୁର ୨୩୭, ଝାରସୁଗୁଡ଼ା ୮୧, କଳାହାଣ୍ଡି ୧୧୬, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୮୨, କୋରାପୁଟ ୭୨, ମାଲକାନଗିରି ୬୧, ମୟୁରଭଞ୍ଜ ୧୫୪, ନବରଙ୍ଗପୁର ୧୩୧, ନୟାଗଡ଼ ୫୨, ନୂଆପଡ଼ା ୧୭୫, ପୁରୀ ୧୯୯, ରାୟଗଡା ୬୧, ସମ୍ବଲପୁର ୧୩୧, ସୋନପୁର ୨୬, ସୁନ୍ଦରଗଡ଼ ୮୦ ଚିହ୍ନଟ ହୋଇଛନ୍ତି।