ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୮୪୦ କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୮୪୦ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟି-ପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନାଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।
ଏଥିମଧ୍ୟରୁ ୬,୧୮୫ଟି ଆରଟି-ପିସିଆର ଏବଂ ୩୫,୫୫୦ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନାଟ୍ରେ ୧୦୫ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୬୯୯୬ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ସୂଚନାଯୋଗ୍ୟ ପୂର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୪୧,୫୬୭ କରୋନା ନମୁନା ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ ୪,୭୧୮ଟି ଆରଟି-ପିସିଆର ଏବଂ ୩୬,୭୭୭ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନାଟ୍ରେ ୭୨ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଦେଶରେ ବୃଦ୍ଧି ପାଇ ଚାଲିଥିବା କରୋନାଭାଇରସ୍ ବା କୋଭିଡ୍- ୧୯ ମହାମାରୀ ଉପରେ ଲଗାମ୍ ଲଗାଇବା ପାଇଁ ଉଚ୍ଚ ପରୀକ୍ଷଣ ହେଉଛି କରୋନା ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ହେଉଛି କୋଭିଡ୍ ନମୁନା ପରୀକ୍ଷାର ଲକ୍ଷ୍ୟ।