କରୋନା ଅପଡେଟ : ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ରୋଗୀ, ୪୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୮୯୪ କୁ ବୃଦ୍ଧି ପାଇଛି ।

ଗତ ୨୧ ତାରିଖରେ ଦେଶରେ ୧୪ ହଜାର ୮୨୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ତାରିଖରେ ୧୪ ହଜାର ୯୩୧ ନୂଆ ରୋଗୀ ବାହାରିଥିଲେ। ତେବେ ୨୩ ତାରିଖରେ ୧୫ ହଜାର ୯୩୩ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୪ ତାରିଖରେ ଏହି ସଂଖ୍ୟା ୧୬ ହଜାର ୯୨୨କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଏବେ ଚିନ୍ତା ବଢ଼ାଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଡେଇଁଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୪୧୮ ଜଣଙ୍କର ମୃତ୍ୟୁ ଘଟିଛି।

ଫଳରେ ମୃତକଙ୍କ ସଂଖ୍ୟା ୧୪ ହଜାର ୮୯୪କୁ ବୃଦ୍ଧି ପାଇଛି। ଦେଶରେ ଏବେ ମୋଟ ୪ ଲକ୍ଷ ୭୩ ହଜାର ୧୦୫ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୧ ହଜାର ୬୯୬ ଜଣ ସୁସ୍ଥ ହୋଇଛନ୍ତି। ୧ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ରୋଗୀ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.