୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୧୦୧ ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ୪୧୦୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧,୩୭, ୫୬୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୮୨ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ସେହିଭଳି କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗିରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ନୂଆପଡାରୁ ୧୧୨, କନ୍ଧମାଳରୁ ୧୦୨ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି।
ଗଞ୍ଜାମରୁ ୯୮, ବରଗଡରୁ ୯୪, ରାୟଗଡାରୁ ୮୯, ବାଲେଶ୍ଵରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକରୁ ୭୭, କେନ୍ଦୁଝରରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡରୁ ୪୭, ବୌଦ୍ଧରୁ ୩୮, ମାଲକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡରୁ ୨୩, ଅନୁଗୁଳରୁ ୧୬, ଦେବଗଡରୁ ୧୦ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।