ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ଘରକୁ ପଠାଇଦିଆଯାଇଛି ।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୯୮, ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେଉଁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂପୁରରୁ ୧୭, ଖୋର୍ଧାରୁ ୧୨, ଅନୁଗୋଳରୁ ୮ ରହିଛନ୍ତି । ସେହିପରି ସୋନପୁରରୁ ୭, ବରଗଡରୁ ୬, ସମ୍ବଲପୁରରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଲରୁ ୪, ଭଦ୍ରକ ଓ ବାଲେଶ୍ୱରରୁ ୩ ଜଣ ଲେଖାଏଁ, କଟକରୁ ୨ ଓ ପୁରୀରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।