ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ
ଶ୍ରୀନଗର, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବାହିନୀ ଆଜି ଦୁଇଟି ପୃଥକ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସୁରକ୍ଷା ବାହିନୀ ଶୋପିଆନ୍ ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।
ଏହା ପରେ ଶ୍ରୀନଗରର ଜାଦିବଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି।
ସୂଚନା ମୁତାବକ, ପ୍ରଥମେ କଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାବାହିନୀ ଲାକିରପୁର ଅଞ୍ଚଳରେ ଏକ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରିଥିଲେ। ହତ୍ୟା ପରେ ମୃତ ଆତଙ୍କବାଦୀ ପାଖରୁ ଏକେ-୪୭ ରାଇଫଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିଲା।