କେନ୍ଦ୍ରାପଡାରେ ସୁସ୍ଥ ହେଲେ ଆଉ ୫ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : କେନ୍ଦ୍ରାପଡା ଜିଲାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ କେନ୍ଦ୍ରାପଡା ଜିଲାରେ ମୋଟ୨୭  ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ କେନ୍ଦ୍ରାପଡା ଜିଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଭର୍ତ୍ତମାନ ସୁଦ୍ଧା ମୋଟ ୭୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ପଟେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଟପିଥିଲା ବେଳେ ଥମିବାର ନାଁ ନେଉନାହିଁ ମହାମାରୀ କରୋନା । ହେଲେ ଏହାରି ଭିତରେ ଆଜି କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ କରୋନା ପଜେଟିଭ ସୁସ୍ଥ ହୋଇଥିବା ଖବର ଆସିଛି । ସୁସ୍ଥ ହେବା ନେଇ ଆଜି ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । ଏହାକୁ ମିଶାଇ କେନ୍ଦ୍ରାପଡାରେ ମୋଟ ୨୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ପୁଣି ୭୯ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ନୂଆଜିଲ୍ଲା ଭାବେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ମ୍ୟାପରେ ରାଜ୍ୟର ୨୯ ନମ୍ବର ଜିଲ୍ଲା ଭାବରେ ଯୋଡି ହୋଇଛି ସୁବର୍ଣ୍ଣପୁର । ବର୍ତ୍ତମାନ ରାଜ୍ୟରେ ମୋଟ ୧୫୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ୭୩୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।

Leave a Reply

Your email address will not be published.