୪ ଓଏଏସ୍‌ଙ୍କ ବଦଳି, ମାଲକାନଗିରି ଗଲେ ଅକ୍ଷୟକୁମାର ଖେମୁଡ଼ୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ( ଓଏଏସ୍‌ କ୍ୟାଡର)ଙ୍କ ଭିତରେ ଏକ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ୪ ଜଣ ଅଫିସରଙ୍କୁ ସେମାନଙ୍କ ଦାୟିତ୍ଵରୁ ଅନ୍ୟତ୍ର ବଦଳି କରାଯାଇଛି। ଏହିକ୍ରମରେ ଜୁନିୟର ଗ୍ରେଡ୍‌ -ଏ ଓଏଏସ୍‌ ଅଧିକାର ତଥା ଦଶପଲ୍ଲାରେ ତହସିଲ୍‌ଦାର ଭାବେ କାର୍ଯ୍ୟକରୁଥିବା ଅକ୍ଷୟକୁମାର ଖେମୁଡ଼ୁଙ୍କୁ ମାଲକାନଗିରି ସବ୍‌କଲେକ୍ଟର ଭାବେ ବଦଳି କରାଯାଇଛି।

ବରିଷ୍ଠ ଅଧିକାରୀଙ୍କ ଭିତରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳସଚିବ ପଦବୀରୁ କିଛିଦିନ ପୂର୍ବେ ବଦଳି ହୋଇ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟକରୁଥିବା ସୀତାରାମ ପଟେଲ୍‌ଙ୍କୁ ଅତିରିକ୍ତ ଆଇଜି-କାରାଗାର ଭାବେ ଦାୟିତ୍ଵ ଦିଆଯାଇଛି। ସେ କାରାଗାର ନିର୍ଦେଶାଳୟରେ କାର୍ଯ୍ୟକରିବେ।

ସେହିଭଳି ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରାର୍‌ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ଶିପ୍‌ ଯୋଜନା ସମଲେଇ ତଥା ସମ୍ବଲପୁର ଆଞ୍ଚଳିକ ବିକାଶ ପରିଚାଳନା ଦାୟିତ୍ଵ ଦିଆଯାଇଛି। ସେ ଏହି ପ୍ରକଳ୍ପର ଓଏସ୍‌ଡି ଭାବେ କାର୍ଯ୍ୟ କରିବେ।

ଗଞ୍ଜାମର ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

 

 

Leave a Reply

Your email address will not be published. Required fields are marked *