ଆଉ ୩ କରୋନା ଯୋଦ୍ଧାଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ୪ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ରହିଛନ୍ତି । ଚିକିଟିର ୨ ଜଣ ଓ ଶେରଗଡର ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେହିଭଳି ସାନଖେମୁଣ୍ଡିର ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଶନିବାର ୧୧ ଜଣ କରୋନା ଯୋଦ୍ଧା ଏବଂ ଅନ୍ୟ ୯ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭଙ୍କ ସଂସ୍ପର୍ଶରେ ଆସିବାରୁ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ଛତ୍ରପୁରରୁ ୪ ଜଣ, ପାତ୍ରପୁରରୁ ୨ ଜଣ, ଚିକିଟିରୁ ଜଣେ ଓ ଭଞ୍ଜନଗରରୁ ଜଣେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ୨୦ ଜଣ କରୋନା ଯୋଦ୍ଧା ଓ ସ୍ଥାନୀୟ ବାସିନ୍ଦା ପଜିଟିଭ୍‌ ହୋଇଥିବାରୁ ଏବେ ଏହା ଚିନ୍ତାଜନକ ହୋଇଛି । ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ଉପରେ ମଧ୍ୟ ନଜର ରଖିଛି ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published.