ଲଙ୍କାଗଡ଼ ଜଙ୍ଗଲରେ ମାଓବାଦୀ-ସିଆରପିଏଫ ଗୁଳିବିନିମୟ, ଫାୟାରିଂରେ ୪ ମାଓବାଦୀ ନିହତ !

କଳାହାଣ୍ଡି, (ଓଡିଶା ଟାଇମ୍) :  ପୁଣି ମାଓବାଦୀ-ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ମାଓବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଗୁଳିବିନମୟରେ ୪ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , କଳାହାଣ୍ଡି- କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ନିକଟରେ କିଛି ମାଓବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଜବାବ୍‌ ଦିଆଯାଇଥିଲା । ଯାହାପରେ ଆତଙ୍କବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ଚାଳନା ଜାରି ରହିଥିଲା ।

ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ବର୍ତମାନ ଘଟଣାସ୍ଥଳରେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ସୂଚନା ମିଳିଛି ।  

Leave a Reply

Your email address will not be published.