ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨ରେ ପହଁଚିଛି ।
ତେବେ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ ଅଛନ୍ତି । ସେ କରୋନା ସହିତ ଡାଇବେଟିସରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ।
ଗଞ୍ଜାମର ଆଉ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସେ ମଧ୍ୟ ଡାଇବେଟିସରେ ପୀଡିତ ଥିଲେ । ସେହିପରି ଗଞ୍ଜାମର ଜଣେ ୫୩ ବର୍ଷୀୟ ପୁରୁଷଙ୍କର କରୋନା ଜନିତ ମୃତ୍ୟୁ ଘଟିଛି ।
ସେହିପରି କଟକର ଜଣେ ୪୮ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ସେ ଯକୃତ ରୋଗ ଓ ମଧୁମେହରେ ପୀଡିତ ଥିଲେ ।