ସିର୍ଲା ଜଙ୍ଗଲରେ ଗୁଳିବିନିମୟ, ୪ କ୍ୟାଡର ମାଓବାଦୀ ନିହତ

ଫୁଲବାଣୀ, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲା ପୁଲିସର ଏସ୍‌ଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ  ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ସର୍ଚ୍ଚ ଅପରେସନ ସମୟରେ ପୋଲିସ-ମାଓବାଦୀ ମୁହାମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ଅଧିକ ସମୟ ପୁଲିସ୍ ର ମୁକାବିଲା କରି ନପାରି ଅନ୍ଧାରର ସୁଯୋଗରେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଥିଲେ।

ଗୁଇନ୍ଦା ସୂଚନା ଆଧାରରେ ଆଜି ଭୋରରୁ ଡିଭିଏଫ୍ ଓ ଏସ୍ଓଜି ଯବାନ ମାଓବାଦୀଙ୍କ କ୍ୟାମ୍ପ ଉପରେ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ସମୟରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇ ଥିବାବେଳେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Leave a Reply

Your email address will not be published.