୪.୦ ତୀବ୍ରତାର ଭୂମିକମ୍ପ ଝଟ୍‌କା, ପୁଣି ଥରିଲା ଜାମ୍ମୁକାଶ୍ମୀର

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୦ ରହିଛି । ସକାଳ ୮ଟା ୫୯ ମିନିଟ୍ ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । କାଟ୍ରାଠାରୁ ୮୪ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ଜଣାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ବାରା ଏହି ସୂଚନା ପ୍ରଦାନ କରାଯାଇଛି ।

ଏହାପୂର୍ବରୁ ୧୪ରୁ ୧୬ ଜୁନ୍ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କେହି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ମିଳିନାହିଁ । ଜୁନ୍ ୧୬ ତାରିଖରେ ହୋଇଥିବା ଭୂକମ୍ପର କେନ୍ଦ୍ର ମଧ୍ୟ କାଟ୍ରା ଠାରୁ ୮୫ କିଲୋମିଟର ପୂର୍ବରେ ଥିଲା ଏବଂ ତୀବ୍ରତା ୩.୯ରେ ମାପ କରାଯାଇଥିଲା ।

ଜୁନ୍ ୧୬ ତାରିଖ ସକାଳ ୭ଟାରେ ମଧ୍ୟମ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ତୀବ୍ରତା ୫.୮ ଥିଲା । ଅଧିକାରୀମାନେ କହିଥିଲେ ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନ ଅଞ୍ଚଳରେ ଏବଂ ଏହାର ଗଭୀରତା ପୃଥିବୀ ପୃଷ୍ଠରେ ୧୦୦ କିଲୋମିଟର ଥିଲା ।

Leave a Reply

Your email address will not be published.