ଆଜି ରାତି ୯ଟାରୁ ଲାଗୁ ହେବ ୧୪ ଦିନିଆ ଲକଡ଼ାଉନ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଦିନକୁ ଦିନ କରୋନା ସଂକ୍ରମଣ ବଢୁଛି । ଏହାରି ମଧ୍ୟରେ କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହେବ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସହ ବୃଦ୍ଧି ପାଉଥିବାରୁ ଏହି କଟକଣା ଲାଗୁ କରାଯାଇଛି।
ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ , କାର୍ଯ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ।କ୍ଷୀର, ପରିବା, ତେଜରାତି ଦୋକାନ, ଆଦି ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ।
ଏହି ୪ଟି ଜିଲାରେ ସପ୍ତାହନ୍ତ ସଟଡ଼ାଉନ ନିୟମ ଲାଗୁ ହେବ ନାହିଁ। ମାତ୍ର ଅନ୍ୟ ସମସ୍ତ ଜିଲା ସପ୍ତାହାନ୍ତ ସଟଡ଼ାଉନ ଲାଗୁ ହେବ। ତେବେ କଟକ ଓ ଭୁବନେଶ୍ୱର ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡ଼ି ଛଡ଼ାଯିବ ନାହିଁ। ଏହି ୧୪ ଦିନ ମଧ୍ୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ଯେଉଁମାନେ ଏହି କଟକଣାକୁ ଉଲ୍ଲଂଙ୍ଘନ କରିବେ ଆଇନ ଅନୁଯାୟୀ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।