ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସଟ୍ ଡାଉନ୍
ବ୍ରହ୍ମପୁର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଛି । ବିଶେଷ କରି ଗଞ୍ଜାମ୍ ଜିଲାରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। ଏଥି ପାଇଁ ବ୍ରହ୍ମପୁର ସହର ୪ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସଟ୍ ଡାଉନ୍ କରାଯାଇଛି । ଆସନ୍ତା ମଙ୍ଗଳବାର ଯାଏଁ ସଟ୍ ଡାଉନ୍ ବଳବତ୍ତର ରହିବ ।
ସଟ୍ ଡାଉନ୍ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବା ଜାରି ରହିଛି । ଏହି ସମୟରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବାର କାର୍ଯ୍ୟକ୍ରମ ରହିଛି । ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।
ଗଞ୍ଜାମ ପୋଲିସ ଜିଲ୍ଲାର ଆଉ ୫ ଜଣ କରୋନା ଯୋଦ୍ଧା କୋଭିଜ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ଏସପି ଟ୍ବିଟ୍ କରି କହିଛନ୍ତି ଯେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ସମସ୍ତଙ୍କୁ ଅବଜରଭେସନରେ ରଖାଯାଇଛି ।