ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ସର୍ବାଧିକ ୫୭୭ ପଜିଟିଭ୍ ଚହ୍ନଟ ହୋଇଥିବା ବେଳେ ଆଉ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩ଜଣ ହୋଇଥିବା ବେଳେ ଭଦ୍ରକରେ ଜଣଙ୍କର ମୃତ୍ୟୁ ଘଟିଛି । ଭଦ୍ରକରେ କରୋନାରେ ଏହା ପ୍ରଥମ ମୃତ୍ୟୁ । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।

ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଥିବା ନେଇ ସୂଚନା ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.