ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ
ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଅଞ୍ଚଳରେ ଚାଲିଥିବା ଜୁଆଖେଳ ଉପରେ ଗୋବିନ୍ଦପୁର ପୋଲିସ ଚଢ଼ାଉ । ଚଢାଉ ବେଳେ ପୋଲିସ ଘଟଣାସ୍ଥଳରୁ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜୁଆଖେଳ ସଞ୍ଚାଳନ କରୁଥିବା ମାଷ୍ଟରମାଇଣ୍ଡ ସାନଡୁମେରମୁଣ୍ଡାର ନିରଞ୍ଜନ ଟପ୍ପୋ, ଆକାଶ ଟପ୍ପୋ, ଗୁରୁଚରଣ ଟପ୍ପୋ ଓ ଗଡ଼ପୋଷର ମୁକେଶ ମଲ୍ଲାହ ।
ସୂଚନା ଅନୁସାରେ ଗଡ଼ପୋଷ ସାନଡୁମେରମୁଣ୍ଡା କିଶୋରୀପଡା ପତ୍ରାଜଙ୍ଗଲରେ ଜୁଆଖେଳ ଚାଲିଥିବା ନେଇ ଖବର ପାଇବା ପରେ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ କୁମାର ରଣାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ଉକ୍ତ ଜୁଆଖେଳରେ ବ୍ୟବହୃତ ଗୁଟି, ଡବା, ପଟ୍ଟୀ ଓ ୧୭୦୦ ନଗଦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବାର ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ଦେବରାଜ ପ୍ରଧାନ ।