ମାର୍ଚ୍ଚରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ୨୭ କୋଟି ଲୋକ ନେବେ ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଦେଶରେ ଥିବା ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ କରାଯାଉଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଲୋକସଭାକୁ ଅବଗତ କରାଇଛନ୍ତି। ଗୃହର ପ୍ରଶ୍ନକାଳରେ ଉତ୍ତର ଦେଇ ସେ କହିଛନ୍ତି, ଜାନୁଆରୀ ୧୬ରୁ ଦେଶରେ କରୋନା ବିରୋଧୀ ଟିକାକରଣ ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମାନ୍ତରଳ ଭାବେ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *