ରାଜ୍ୟରେ ଚିହ୍ନଟ ହେଲେ ୩୯୨୨ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୯୩୭୪ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୧୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୧୮ । ଅନୁଗୁଳରୁ ୨୦୦, ବାଲେଶ୍ୱର ୭୨, ବରଗଡ଼ ୧୫୪, ଭଦ୍ରକ ୫୧, ବଲାଙ୍ଗୀର ୮୫, ବୌଦ୍ଧ ୪୮, କଟକ ୩୮୦, ଦେଓଗଡ଼ ୮, ଢେଙ୍କାନାଳ ୭୬, ଗଜପତି ୨୨, ଗଞ୍ଜାମ ୩୯, ଜଗତସିଂହପୁର ୧୨୩, ଯାଜପୁର ୧୦୩, ଝାରସୁଗୁଡ଼ା ୧୦୯, କଳାହାଣ୍ଡି ୭୩, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୭, କେନ୍ଦୁଝର ୨୧୨, କୋରାପୁଟ ୬୯, ମାଲକାନଗିରି ୬୯, ମୟୁରଭଞ୍ଜ ୧୪୯, ନବରଙ୍ଗପୁର ୪୦, ନୟାଗଡ଼ ୪୮, ନୂଆପଡ଼ା ୧୧୪, ପୁରୀ ୧୮୪, ରାୟଗଡ଼ା ୪୮, ସମ୍ବଲପୁର ୧୧୭, ସୋନପୁର ୨୫, ସୁନ୍ଦରଗଡ଼ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.