ଆଜି ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ସୁସ୍ଥ ସଂଖ୍ୟା ୮,୭୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୭୧, ମୟୁରଭଞ୍ଜଓ ସୁନ୍ଦରଗଡରୁ ୩୮ ଜଣ ଲେଖାଏଁ, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪, ସମ୍ବଳରପୁରରୁ ୨୨, ଖୋର୍ଦ୍ଧାରୁ ୧୫, ବାଲେଶ୍ୱରରୁ ୯, ବରଗଡରୁ ୬, ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୫ ଜଣ ଲେଖାଏଁ , ଜଗତସିଂହପୁର ଓ କୋରାପୁଟରୁ ୪ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, ନୟାଗଡ ଓ ପୁରୀରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published.