ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୩୮,୯୦୨ ଆକ୍ରାନ୍ତ ଓ ୫୪୩ ମୃତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ୭୭ ହଜାର ୬୧୮ରୁ ଅଧିକ ଟପିଛି ।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬, ୮୧୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୩୮,୯୦୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୩ ଲକ୍ଷ ୭୩ ହଜାର ୩୭୯ ରହିଛି ।
ଏହା ବ୍ୟତୀତ ୬ ଲକ୍ଷ ୭୭ ହଜାର ୪୨୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଯାଏଁ ୩,୦୦,୯୩୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ୧,୨୧,୫୮୨ ହଜାରରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ଥିବା ସୂଚନା ମିଳିଛି ।