ସୁନ୍ଦରଗଡ଼ରେ ୩୭ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ

ସୁନ୍ଦରଗଡ଼, (ଓଡିଶା ଟାଇମ୍) : ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ହୋଇଛି। ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର ଅଛନ୍ତି।

ପୋଲିସଙ୍କ ମଧ୍ୟରେ ଜଣେ ଡିଏସପି ଓ ଜଣେ ଇନସ୍ପେକ୍ଟର ଅଛନ୍ତି। ଏହାଛଡ଼ା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ରାଜ୍ୟ ବାହାରରୁ ଆସିଥିବା ଜଣାପଡ଼ିଛି। ତେବେ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *