ରାଜ୍ୟରେ ଚିହ୍ନଟ ହେଲେ ୩୬୧୫ କରୋନା ସଂକ୍ରମିତ, ୨୨୨୭୩୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୨୭୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୧୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୯୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଓ କଟକରୁ ୩୭୧। ଅନୁଗୁଳରୁ ୧୮୮, ବାଲେଶ୍ୱର ୯୬, ବରଗଡ଼ ୮୬, ଭଦ୍ରକ ୬୧, ବଲାଙ୍ଗୀର ୮୧, ବୌଦ୍ଧ ୨୦, ଦେଓଗଡ଼ ୧୨, ଢେଙ୍କାନାଳ ୬୦, ଗଜପତି ୨୯, ଗଞ୍ଜାମ ୪୨, ଜଗତସିଂହପୁର ୮୩, ଯାଜପୁର ୧୪୪, ଝାରସୁଗୁଡ଼ା ୧୦୬, କଳାହାଣ୍ଡି ୧୦୬, କନ୍ଧମାଳ ୫୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୦୯, କୋରାପୁଟ ୪୭, ମାଲକାନଗିରି ୧୨୩, ମୟୁରଭଞ୍ଜ ୧୨୩, ନବରଙ୍ଗପୁର ୫୭, ନୟାଗଡ଼ ୬୪, ନୂଆପଡ଼ା ୬୬, ପୁରୀ ୧୯୭, ରାୟଗଡ଼ା ୩୯, ସମ୍ବଲପୁର ୭୩, ସୋନପୁର ୭୦, ସୁନ୍ଦରଗଡ଼ ୭୩, ଷ୍ଟେଟ ପୁଲ ୨୪୦ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *