ରାଜ୍ୟରେ ଚିହ୍ନଟ ହେଲେ ୩୬୦୦ କରୋନା ସଂକ୍ରମିତ, ୨୨୬୩୩୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୩୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୦୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୯୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଓ କଟକରୁ ୩୫୮ । ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡ଼ ୧୦୬, ଭଦ୍ରକ ୮୨, ବଲାଙ୍ଗୀର ୯୯, ବୌଦ୍ଧ ୪୭, ଦେଓଗଡ଼ ୧୧, ଢେଙ୍କାନାଳ ୪୭, ଗଜପତି ୧୯, ଗଞ୍ଜାମ ୩୧, ଜଗତସିଂହପୁର ୭୩, ଯାଜପୁର ୧୩୯, ଝାରସୁଗୁଡ଼ା ୪୧, କଳାହାଣ୍ଡି ୫୧, କନ୍ଧମାଳ ୯୭, କେନ୍ଦ୍ରାପଡ଼ା ୧୨୯, କେନ୍ଦୁଝର ୧୦୬, କୋରାପୁଟ ୬୬, ମାଲାକନଗିରି ୪୬, ମୟୁରଭଞ୍ଜ ୧୫୬, ନବରଙ୍ଗପୁର ୧୧୬, ନୟାଗଡ଼ ୭୪, ନୂଆପଡ଼ା ୮୪, ପୁରୀ ୧୧୫, ରାୟଗଡ଼ା ୩୨, ସମ୍ବଲପୁର ୧୨୬, ସୋନପୁର ୧୨୯, ସୁନ୍ଦରଗଡ଼ ୮୯, ଷ୍ଟେଟ ପୁଲ୍ ୧୫୮ ଚିହ୍ନଟ ହୋଇଛନ୍ତି।