ରାଜ୍ୟରେ ଆଉ ୩୬ କୋରୋନା ରୋଗୀ ସୁସ୍ଥ ହେଲେ
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା l ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ରାଜ୍ୟରେ ଆଉ ୩୬ କୋରୋନା ସୁସ୍ଥ ହେଲେ l
ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୨୩ ଜଣ ଥିବା ବେଳେ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀରୁ ୨, ଭଦ୍ରକରୁ ୨ ଓ ରାଉରକେଲାରୁ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି l ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ରା ୩୪୩ରେ ପହଞ୍ଚିଛି।
ସୂଚନା ମୁତାବକ, ରାଜ୍ୟରେ ୧୦୫୨ ରେ ପହଁଞ୍ଚିଛି ସମୁଦାୟ କୋରୋନା ଆକ୍ରାନ୍ତ ସଂଖ୍ୟା l ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୩ ଜଣ ଆକ୍ରାନ୍ତ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି l ୬ ଜଣଙ୍କ ର ମୃତ୍ୟୁ ହୋଇଛି l