କଟକ ସହରରୁ ଆଜି ୩୫ ପଜିଟିଭ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରର ୩୫ଜଣ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୩୫ଜଣଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୬, ହୋମ କ୍ୱାରେଣ୍ଟିନରୁ ୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ୩୧ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା ପଜିଟିଭଙ୍କ ସଂଖ୍ୟା ୬୧୪ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୩ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଏବେ ୩୩୩ଜଣ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୧୩୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

 

Leave a Reply

Your email address will not be published. Required fields are marked *