ରାଜ୍ୟରେ ଆଉ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ୍ ସଂଖ୍ୟା ୮୦ ହଜାର ପାର୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୦,୭୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମସ୍ତ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୯୦, ଯାଜପୁରରୁ ୩୧୪, ରାୟଗଡାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡରୁ ୧୨୬, ବାଲେଶ୍ୱରରୁ ୧୦୫, ସମ୍ବଲପୁରରୁ ୮୪, ମାଲକାନଗିରିରୁ ୮୭, ସୁନ୍ଦରଗଡରୁ ୮୬, ପୁରୀରୁ ୮୨, ଭଦ୍ରକରୁ ୬୩, ଜଗତସିଂହପୁରରୁ ୬୨, ଝାରସୁଗୁଡାରୁ ୫୯, ବରଗଡରୁ ୫୭, ବଲାଙ୍ଗିରରୁ ୫୪, କନ୍ଧମାଳରୁ ୫୨, ଅନୁଗୁଳରୁ ୫୧, କେନ୍ଦୁଝରରୁ ୪୬, ସୋନପୁରରୁ ୩୫, ନବରଙ୍ଗପୁରରୁ ୨୫, ଢେଙ୍କାନାଳରୁ ୨୩, ଗଜପତିରୁ ୨୩, କଳାହାଣ୍ଡିରୁ ୧୬, ବୌଦ୍ଧରୁ ୧୨, ଦେବଗଡରୁ ୭ ଓ ନୂଆପଡାରୁ ୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୬,୫୬୧ ରେ ପହଞ୍ଚିଛି ।

ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୪୪ ଜଣ କ୍ବାରେଣ୍ଟାଇନରେ ରହିଥିବା ବେଳେ ୧୧୮୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published.