ରାଜ୍ୟରେ ଚିହ୍ନଟ ହେଲେ ୩୪୪୩ କରୋନା ସଂକ୍ରମିତ, ୨୧୯୧୧୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯୧୧୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
୩୦ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ୬୦୧ ଓ କଟକରୁ ୩୫୯। ଅନୁଗୁଳରୁ ୧୦୦, ବାଲେଶ୍ୱର ୧୫୨, ବରଗଡ଼ ୧୧୧, ଭଦ୍ରକ ୯୫, ବଲାଙ୍ଗୀର ୧୧୪, ବୌଦ୍ଧ ୧୦, ଦେଓଗଡ଼ ୧୩, ଢେଙ୍କାନାଳ ୪୭, ଗଜପତି ୧୮, ଗଞ୍ଜାମ ୫୪, ଜଗତସିଂହପୁର ୭୮, ଯାଜପୁର ୧୩୦, ଝାରସୁଗୁଡ଼ା ୭୭, କଳାହାଣ୍ଡି ୭୬, କନ୍ଧମାଳ ୧୦୩, କେନ୍ଦ୍ରାପଡ଼ା ୧୦୧, କେନ୍ଦୁଝର ୯୭, କୋରାପୁଟ ୫୨, ମାଲକାନଗିରି ୨୯, ମୟୁରଭଞ୍ଜ ୧୪୧, ନବରଙ୍ଗପୁର ୮୯, ନୟାଗଡ଼ ୮୮, ନୂଆପଡ଼ା ୮୭, ପୁରୀ ୧୩୨,ରାୟଗଡ଼ା ୨୯, ସମ୍ବଲପୁର ୧୩୧, ସୋନପୁର ୯୪, ସୁନ୍ଦରଗଡ଼ ୮୧, ଷ୍ଟେଟ ପୁଲ ୧୫୪ ଚିହ୍ନଟ ହୋଇଛନ୍ତି।