ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୩୩୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୩୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୨୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୭୩୨, ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଞ୍ଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯, ମୟୁରଭଞ୍ଜରୁ ୧୧୨, ସୋନପୁରରୁ ୧୦୩, ବୌଦ୍ଧରୁ ୮୪, ବରଗଡ଼ରୁ ୭୮, କନ୍ଧମାଳରୁ ୬୮, ବଲାଙ୍ଗୀରରୁ ୬୫, ନୟାଗଡ଼ରୁ ୬୦, କଳାହାଣ୍ଡିରୁ ୫୬, ମାଲକାନଗିରିରୁ ୫୪, ଢ଼େଙ୍କାନାଳରୁ ୪୯, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪, ଯାଜପୁରରୁ ୩୨, ଗଜପତିରୁ ୨୭, ଅନୁଗୁଳରୁ ୨୨, ଝାରସୁଗୁଡ଼ାରୁ ୨୦, କେନ୍ଦ୍ରାପଡ଼ାରୁ ୧୯, ଜଗତସିଂହପୁରରୁ ୧୬, ନୂଆପଡ଼ାରୁ ୧୧, ଦେଓଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published.