ରାଜ୍ୟରେ ଚିହ୍ନଟ ହେଲେ ୩୨୩୫ କରୋନା ସଂକ୍ରମିତ, ୨୧୨୬୦୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୨୬୦୯ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୧୫ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୩୨୦ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୦୬ । ଅନୁଗୁଳରୁ ୧୭୯, ବାଲେଶ୍ୱର ୧୦୦, ବରଗଡ଼ ୧୩୭, ଭଦ୍ରକ ୬୭, ବଲାଙ୍ଗୀର ୧୦୧, ବୌଦ୍ଧ ୪୨, କଟକ ୩୧୮, ଦେଓଗଡ଼ ୧୨, ଢେଙ୍କାନାଳ ୬୯, ଗଜପତି ୩୧, ଗଞ୍ଜାମ ୨୮, ଜଗତସିଂହପୁର ୮୬, ଯାଜପୁର ୧୧୦, ଝାରସୁଗୁଡ଼ା ୭୧, କଳାହାଣ୍ଡି ୪୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୮୬, କୋରାପୁଟ ୫୯, ମାଲକାନଗିରି ୨୧, ମୟୁରଭଞ୍ଜ ୧୧୮, ନବରଙ୍ଗପୁର ୧୨୪, ନୟାଗଡ଼ ୪୩, ନୂଆପଡ଼ା ୧୦୬, ପୁରୀ ୭୯, ରାୟଗଡ଼ା ୧୦୧, ସମ୍ବଲପୁର ୧୨୦, ସୋନପୁର ୬୫, ସୁନ୍ଦରଗଡ଼ ୧୦୧ ଚିହ୍ନଟ ହୋଇଛନ୍ତି।