ଜାହାଜରେ ଥିଲେ ୩୨୨ ଯାତ୍ରୀ, ହଠାତ୍ ଇଞ୍ଜିନ୍ରେ ଲାଗିଗଲା ନିଆଁ
କୋଚି, (ଓଡିଶା ଟାଇମ୍): ସମୁଦ୍ର ମଝିରେ ଫସିଲା ଜାହାଜ । ଇଞ୍ଜିନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୩୨୨ ଯାତ୍ରୀ ସହ ଜାହାଜ ସଦସ୍ୟ । କେରଳର କୋଚି ଠାରୁ କିଛି ଦୂରରେ ଘଟିଛି ଏପରି ଅଘଟଣ ।
ଖବର ଅନୁଯାୟୀ, ଲାକ୍ଷାଦ୍ୱୀପ ଡେଭଲପେଣ୍ଟ କର୍ପୋରେସନ ଲିମିଟେଡ଼ର ଏକ ଯାତ୍ରାବାହୀ ଜାହାଜ କୋଚି ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ପହଞ୍ଚିବା ପରେ ଉକ୍ତ ଜାହାଜଟି ପୁଣି ଥରେ ଏଣ୍ଡ୍ରୋଥ ଓ କଲ୍ୟାଣୀ ଦ୍ୱୀପ ଅଭିମୁଖେ ଯାଉଥିଲା । କିନ୍ତୁ ସମୁଦ୍ରରେ ମଝିରେ କିଛି ବାଟ ଯିବା ପରେ ଜାହାଜର ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା । ଇଞ୍ଜିନ୍ରେ ନିଆଁ ଲାଗିଥିବା ଖବର ଶୁଣି ପୁରା ଜାହାଜରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ତୁରନ୍ତ ଜାହାଜ କର୍ମଚାରୀମାନେ ନିଆଁ ଉପରେ ଆୟତ୍ତ ପାଇଥିଲେ । ଦେଖୁ ଦେଖୁ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଜାହାଜ ସଦସ୍ୟ ସମେତ ୩୨୨ ଯାତ୍ରୀ । ଏହାପରେ ଅନେକ ଏକ ଜାହାଜ ଦ୍ୱାରା ସମୁଦ୍ର ମଝିରେ ଫସିଥିବା ଜାହାଜକୁ ଉଦ୍ଦାର ପାଇଁ ପଠାଯାଇଥିଲା । ଯାତ୍ରୀ ମାନଙ୍କୁ ଅନ୍ୟ ଏକ ଡଙ୍ଗା, ଜାହାଜ ଜରିଆରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।