ରାଜ୍ୟରେ ଚିହ୍ନଟ ହେଲେ ୩୦୬୭ କରୋନା ସଂକ୍ରମିତ, ୨୧୫୬୭୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୬୭୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୨୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୮, ଗଞ୍ଜାମ ଜିଲ୍ଲାରୁ ୩୪, ବଲାଙ୍ଗୀର ଜିଲ୍ଲାରୁ ୭୮, ବାଲେଶ୍ବର ଜିଲ୍ଲାରୁ ୧୪୬, କୋରାପୁଟ ଜିଲ୍ଲାରୁ ୫୫, ଭଦ୍ରକ ୫୯, ରାୟଗଡ଼ା ଜିଲ୍ଲାରୁ ୪୧, ପୁରୀ ଜିଲ୍ଲାରୁ ୧୭୮, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, ଜଗତସିଂହପୁର ଜିଲ୍ଲାରୁ ୮୪, ସମ୍ବଲପୁର ଜିଲ୍ଲାରୁ ୯୮, କଳାହାଣ୍ଡି ଜିଲ୍ଲାରୁ ୫୪, ଯାଜପୁର ଜିଲ୍ଲାରୁ ୬୦, କନ୍ଧମାଳ ଜିଲ୍ଲାରୁ ୮୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୪, ମାଲକାନଗିରି ଜିଲ୍ଲାରୁ ୨୪, ଗଜପତି ଜିଲ୍ଲାରୁ ୨୧, ମୟୂରଭଞ୍ଜ ଜିଲ୍ଲାରୁ ୧୪୩ , ଝାରସୁଗୁଡ଼ା ଜିଲ୍ଲାରୁ ୯୬, ଢେଙ୍କାନାଳ ଜିଲ୍ଲାରୁ ୯୧, ନବରଙ୍ଗପୁର ଜିଲ୍ଲାରୁ ୫୮, କେନ୍ଦୁଝର ଜିଲ୍ଲାରୁ ୮୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୨୯, ବରଗଡ଼ ଜିଲ୍ଲାରୁ ୬୯, ନୂଆପଡ଼ା ଜିଲ୍ଲାରୁ ୮୫, ଦେବଗଡ଼ରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published.