ରାଜ୍ୟରେ ଚିହ୍ନଟ ହେଲେ ୩୦୫୩ କରୋନା ସଂକ୍ରମିତ, ୨୨୯୩୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୦୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୯୩୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୨୪୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୪ଜଣ, ବାଲେଶ୍ୱର ଜିଲ୍ଲାରୁ ୮୫ଜଣ, ବରଗଡ଼ ଜିଲ୍ଲାରୁ ୯୮ଜଣ, ଭଦ୍ରକ ଜିଲ୍ଲାରୁ ୭୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୫ଜଣ, ବୌଦ୍ଧ ଜିଲ୍ଲାରୁ ୨୮ଜଣ, କଟକ ଜିଲ୍ଲାରୁ ୨୫୬ଜଣ, ଦେଓଗଡ଼ ଜିଲ୍ଲାରୁ ୧୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୧ଜଣ, ଗଜପତି ଜିଲ୍ଲାରୁ ୧୮ଜଣ, ଗଞ୍ଜାମ ଜିଲ୍ଲାରୁ ୫୨ଜଣ, ଜଗତସିଂହପୁର ଜିଲ୍ଲାରୁ ୭୨ଜଣ, ଯାଜପୁର ଜିଲ୍ଲାରୁ ୧୧୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୧ଜଣ, କନ୍ଧମାଳ ଜିଲ୍ଲାରୁ ୩୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୩୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬୧ଜଣ, କୋରାପୁଟ ଜିଲ୍ଲାରୁ ୪୪ଜଣ, ମାଲକାନଗିରି ଜିଲ୍ଲାରୁ ୬୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪ଜଣ, ନୟାଗଡ଼ ଜିଲ୍ଲାରୁ ୬୭ଜଣ, ନୂଆପଡ଼ା ଜିଲ୍ଲାରୁ ୫୬ଜଣ, ପୁରୀ ଜିଲ୍ଲାରୁ ୧୨୭ଜଣ, ରାୟଗଡ଼ା ଜିଲ୍ଲାରୁ ୩୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୩ଜଣ, ସୋନପୁର ଜିଲ୍ଲାରୁ ୮୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮ଜଣ, ଷେ୍ଟଟ ପୁଲ୍ରୁ ୧୪୭ଜଣ ରହିଛନ୍ତି ।