ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍):  ୨୪ ଘଣ୍ଟା ମଧ୍ୟରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୪୪ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୧୮୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ରହିଥିବା ବେଳେ କଟକରୁ ୩୧୨ ,ଗଞ୍ଜାମରୁ ୨୦୭,କେନ୍ଦ୍ରାପଡାରୁ ୧୨୮,ବାଲେଶ୍ବରରୁ ୪୦,କୋରାପୁଟରୁ ୧୩୯,ନୟାଗଡରୁ ୬୭, ମାଲକାନଗିରିରୁ ୩୨,ମୟୁରଭଞ୍ଜରୁ ୨୧୫,ସମ୍ବଲପୁରରୁ ୮୩,ବରଗଡରୁ ୬୧,ବଲାଙ୍ଗୀରରୁ ୨୪,ଭଦ୍ରକରୁ ୯୪,ଅନୁଗୁଳରୁ ୫୮,ବୋଦ୍ଧରୁ ୯,ଦେବଗଡରୁ ୧,ଢେଙ୍କାନାଳରୁ ୧୩୨,ଗଜପତିରୁ ୨୯,ଜଗତସିଂପୁରରୁ ୭୮,ଯାଜପୁରରୁ ୮୫,ଝାରସୁଗୁଡାରୁ ୫୯,କଳାହାଣ୍ଡିରୁ ୮୨,କନ୍ଧମାଳରୁ ୨୨,କେନ୍ଦୁଝରରୁ ୫୦,ନବରଙ୍ଗପୁରରୁ ୪୬,ପୁରୀରୁ ୧୩୬,ରାୟଗଡାରୁ ୧୩,ସୋନପୁରରୁ ୨୨,ସୁନ୍ଦରଗଡରୁ ୫୬ ଜଣ ରହିଛନ୍ତି।

 

Leave a Reply

Your email address will not be published.