ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଆଉ ୩୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମର , ୫ଜଣ କେନ୍ଦ୍ରାପଡାର , ୨ଜଣ ବାଲେଶ୍ୱର , ୨ଜଣ ଭଦ୍ରକର ହୋଇଥିବା ବେଳେ ଜଣେ ଆକ୍ରାନ୍ତ ନୟାଗଡରୁ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୩୦ ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ୩୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତକାଲି ରାଜ୍ୟରେ ୧୦୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ । ସେହିପରି ଗତକାଲି କରୋନାରୁ ୫୭ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ । ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେବାର ଲାଗିଛନ୍ତି କରୋନା ଆକ୍ରାନ୍ତ। ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୬ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି l ସମୁଦାୟ୫ଜଣର ମୃତ୍ୟୁ ଘଟିଛି।