ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ
ଭୁବନେଶ୍ବର, (ଓଡିଶା ଟାଇମ୍) :ଅଖା ଭିତରୁ ମିଳିଲା ୩୦ ଲକ୍ଷ। ଖଣ୍ଡଗିରି ପୋଲିସ୍ ଏହି ଟଙ୍କା ସହ ଜଣଙ୍କୁ ଥାନାରେ ଅଟକ ରଖିଛି।ଏହି ଘଟଣାରେ କନ୍ଧମାଳର ଜଣେ ଯୁବକକୁା ପୋଲିସ ଅଟକ ରଖି ପଚରାଉଚାର ଜାରି ରଖିଛି।
ତେବେ ଏତେ ପରିମାଣ ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ।ସେପଟେ ଜଣେ ପ୍ରତିଷ୍ଠିତ ହୋଟେଲ ମାଲିକ ସେ ଟଙ୍କା ତାଙ୍କର ବୋଲି ଦାବି କରିଛନ୍ତି।କଟକ IIFLରୁ ଲୁଟ୍ ଘଟଣାରେ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ କରାଯାଉଛି।