ବାତ୍ୟା ଅମ୍ପନ ନେଲା ଜଣଙ୍କ ଜୀବନ; କାନ୍ଥ ପଡ଼ି ଭଦ୍ରକରେ ୩ବର୍ଷର ଶିଶୁପୁତ୍ର ମୃତ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ବାତ୍ୟା ଅମ୍ପନ କରାଳ ତାଣ୍ଡବ ରାଜ୍ୟରେ କିଛି ଜିଲାରେ ଦେଖିବାକୁ ମିଳିଛି l ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମାଟି ଘର କାନ୍ଥ ପଡି ଏକ ୩ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଂପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ। ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ଫଳରେ ଏହି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ଖସି ପଡିଥିଲା, ଫଳରେ ରାତିରେ ମାଆ ଓ ୩ ମାସର ଶିଶୁ ପୁତ୍ର ଶୋଇଥିଲାବେଳେ ସେମାନଙ୍କ ଉପରେ ମାଟି କାନ୍ଥ ପଡିଯାଇଥିଲା।
ଏଥିରେ ମାଆ ସାମାନ୍ୟ ଆହତ ହୋଇଥିଲାବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଜିରୋ କାଜୁଆଲିଟି ଲକ୍ଷ୍ୟକୁ ନେଇ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲେ ବି ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି।ବାତ୍ୟା ସମୟରେ ଯେପରି ଜୀବନହାନୀ ନଘଟେ, ସେନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ତେବେ ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲାରେ ଜଣେ ୫୭ ବର୍ଷୀୟା ମହିଳା କୋଇଲି ବେହେରା ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ତେବେ ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l