ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍‌): ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି ।

କୁଲଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସେନା ଓ ପୋଲିସକୁ ମିଳିଥିଲା । ଖବର ମିଳିବା ମାତ୍ରେ ସେନା, ସିଆରପିଏଫ୍ ଓ ପୋଲିସ ମିଳିତ ଭାବେ କୁଲଗାମର ନଗଣ୍ଡଅଚିମର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ଲୁଚି ରହିଥିବା ଅଞ୍ଚଳକୁ ସେନା ପୁରା ଘେରି ଯାଇଥିଲା , ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । କିନ୍ତୁ ସେମାନେ ଅଚାନକ ଗୁଳି ଚାଳନା କରିଥିଲେ । ଯାହାଫଳରେ ସେନା ମଧ୍ୟ ଏହାର ଦୃଢ ଜବାବ ଦେବାକୁ ଯାଇ ପାଲଟା ଗୁଳିଚାଳନା କରାଯାଇଥିଲା ।

ଏନେଇ କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ବହୁ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସେନା ଗୁଳିରେ ୩ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ୩ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନକାଉଣ୍ଟରରେ ଜୈଶ-ଇ-ମହମ୍ମଦ କମାଣ୍ଡରର ୩ଜଣ ଆତଙ୍କୀ ନିହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସନ୍ଦେହ କରାଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published.