ପଦାର୍ଥ ବିଜ୍ଞାନରେ ୩ଜଣଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ନୋବେଲ୍‌ କମିଟି ସେକ୍ରେଟାରୀ ଜେନେରାଲ୍ ୨୦୨୦ ପଦାର୍ଥ ବିଜ୍ଞାନ ବିଭାଗ ପାଇଁ ନୋବେଲ୍ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ପଦାର୍ଥ ବିଜ୍ଞାନରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ପାଇଁ ସେ ଯୁଗ୍ମ ଭାବେ ୩ଜଣଙ୍କ ନାମ ଘୋଷଣା କରିଛନ୍ତି। ୨୦୨୦ରେ ମିଳିତ ଭାବେ ରୋଜର ପେନ୍‌ରୋଜ୍‌, ରେନ୍‌ହାର୍ଡ ଗେନ୍‌ଜେଲ୍‌ ଓ ଆଣ୍ଡ୍ରିଆ ଗେଜ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ରୋଜର ପେନ୍‌ରୋଜ୍‌ ୧୯୩୧ରେ ଆମେରିକାର କୋଲ୍‌ଚେଷ୍ଟରରେ ଜନ୍ମଗ୍ରହଣ କରିଛନ୍ତି। କ୍ୟାମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଥିବାବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।
ରେନ୍‌ହାର୍ଡ ଗେନ୍‌ଜେଲ୍‌ ଜର୍ମାନୀର ବ୍ୟାଡ୍‌ ହୋମ୍‌ବର୍ଗରେ ୧୯୫୨ରେ ଜନ୍ମଗ୍ରହରଣ କରିଛନ୍ତି। ଜର୍ମାନୀର ବନ୍ନ ବିଶ୍ବବିଦ୍ୟାଳୟରୁ ୧୮୭୮ରେ ପିଏଚ୍‌ଡି ହାସଲ କରିଥିବା ରେନ୍‌ହାର୍ଡ ଗେନ୍‌ଜେଲ୍‌ ଜର୍ମାନୀର ଗାର୍ଚିଂସ୍ଥିତ ମାକ୍ସ ପ୍ଲାଂକ ଇନ୍‌ଷ୍ଟିଚ୍ୟୁଟ୍‌ ଫର ଏକ୍ସଟ୍ରାଟେରେଷ୍ଟ୍ରିଆ୍‌ ଫିଜିକ୍ସରେ ନିର୍ଦେଶକ ଏବଂ ଆମେରିକ ବର୍କଲି କାଲିଫର୍ନିଆ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଆଣ୍ଡ୍ରିଆ ଗେଜ୍‌ ୧୯୬୫ରେ ନ୍ୟୁୟର୍କ ସହରରେ ଜନ୍ମ ଗ୍ରହରଣ କରିଛନ୍ତି ଏବଂ ୧୯୯୨ରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି।

Leave a Reply

Your email address will not be published.