୧୦ ଫୁଟ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ

ଜଳେଶ୍ଵର, (ଓଡିଶା ଟାଇମ୍) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି । ଏହାଛଡା ୩୫ ରୁ ଅଧିକ ଗୋରୁଙ୍କ ମୃତ୍ରୁ ହୋଇଛି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ବସ୍ତାରେ ।

ଖବର ଅନୁଯାୟୀ,  ଗୋରୁ ବୋଝେଇ ଟ୍ରକ-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଭାରସାମ୍ୟ ହରାଇ ଟ୍ରକଟି ନୟନଯୋଡିକୁ ଖସି ପଡିଥିଲା ଟ୍ରକ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ ତଳେ କିଛି ବ୍ୟକ୍ତି ଚାପି ହୋଇ ଯାଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ । ଦୁର୍ଘଟଣାରେ ୩୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯଇଛନ୍ତି ।

Leave a Reply

Your email address will not be published.