ରାଜ୍ୟରେ ବନ୍ଦ ହେବ ୩ ଡିଗ୍ରି କଲେଜ

ଭୁବନେଶ୍ୱର, (ଓଡଶା ଟାଇମ୍):  ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ‌। ରାଜ୍ୟର ୩ଟି କଲେଜରେ ଗତ ୩ ବର୍ଷ ହେବ ଲଗାତର ୨୫% ସିଟ୍‌ ପୂରଣ ହୋଇପାରୁନି । ଅନୁମୋଦନ ଲାଭ କରିଥିବା ସିଟ୍‌ ସଂଖ୍ୟାରୁ ୭୫%ରୁ ଅଧିକ ସିଟ୍‌ ଖାଲି ରହୁଛି । ତେଣୁ ୩ଟି କଲେଜକୁ ବନ୍ଦ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନୋଟିସ୍‌ ଦେଇଛି । ୩ଟି କଲେଜକୁ ସିଧାସଳଖ ବନ୍ଦ ବାବଦରେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୧୦ଟି କଲେଜରୁ ଅନୁମୋଦନ ପ୍ରତ୍ୟାହାର କରିନିଆଯାଇଛି ।

ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ଜ୍ଞାନ ଭାରତୀ(ଡିଗ୍ରୀ କଲେଜ), ସୁବର୍ଣ୍ଣପୁର ସ୍ଥିତ ସୁକାନ୍ତି(ଡିଗ୍ରୀ କଲେଜ) ଓ ରାଉରକେଲା ସ୍ଥିତ ଡଃ ଆମ୍ବେଦକର ମେମୋରିଆଲ୍‌ ସୋସିଆଲ୍‌ ୱେଲ୍‌ଫେଆର୍‌ ଆଣ୍ଡ୍‌ ଏଜୁକେସନ୍‌ ଟ୍ରଷ୍ଟ, ଏହି ୩ଟି ଡିଗ୍ରୀ କଲେଜ ବନ୍ଦ ହେବ । ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ସୂଚିତ କରାଯାଇଛି । ବନ୍ଦ ହେବା ଓ ଅନୁମୋଦନ ପ୍ରତ୍ୟାହାର ହେବାକୁ ଥିବା କଲେଜ ମଧ୍ୟରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧୀନରେ ୭ଟି କଲେଜ ଥିବାବେଳେ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧୀନରେ ୪ଟି ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧୀନରେ ୨ଟି କଲେଜ ରହିଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.