ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ
ବିହାର, (ଓଡିଶା ଟାଇମ୍) :ବିହାରରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କୋଭିଡ କଟକଣା ମାନି ସକାଳ ୭ଟାରୁ ମତଦାନ ଚାଲିଛି । ୧୭ ଜିଲ୍ଲାର ୯୪ ସିଟ ପାଇଁ ଚାଲିଛି ଭୋଟିଂ ।
୧୪ ଶହ ୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିହାରର ଜନତା । ସୁରକ୍ଷା ଦୃଷ୍ଟିରୁ ଭୋଟିଂ ହେବାକୁ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ୧୪୪ ଧାରା ଲାଗୁ ହୋଇଛି । କୌଣସି ସାର୍ବଜନୀନ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି ।
ପାଟନାର ସବୁ ସୀମାକୁ ସିଲ କରାଯାଇଛି । ରାଜରାସ୍ତାରେ ପୋଲିସ କରୁଛି ଫ୍ଲାଗମାର୍ଚ୍ଚ । ଦ୍ୱିତୀୟ ପର୍ୟ୍ୟାୟରେ ସାରଣରେ ୧୦, ପାଟନାର ୯, ନାଳନ୍ଦାର ୭, ବେଗୁସରାୟର ୭ ସିଟ ପାଇଁ ମତଦାନ । ୨୮ ଅକ୍ଟୋବରରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୭୧ ସିଟ ପାଇଁ ହୋଇଥିଲା ଭୋଟିଂ ।
ସେହିପରି ପ୍ରଥମ ପର୍ଯ୍ୟାୟ ଗତ ମାସ ୨୮ତାରିଖରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି ବିହାର ଜନତା ରେକର୍ଡ ଭୋଟିଂ କରିଥିଲେ । କରୋନା ମହାମାରୀର ସମୟରେ ଦେଶରେ ଏହା ପ୍ରଥମ ନିର୍ବାଚନ ହୋଇଥିଲା । ତାପରେ ବି ଲୋକମାନେ ନିଜ ମତ ସାବ୍ୟସ୍ତ କରିଥିଲେ । ଯାହାକି ରେକର୍ଡ ଥିଲା । ସେପଟେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୯୪ଟି ଆସନ ପାଇଁ ଆରମ୍ଭ ହୋଇଛି ମତଦାନ । ନଭେମ୍ବର ୭ରେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟରେ ଅବଶିଷ୍ଟ ୭୮ ଆସନରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।