ଆଜିଠୁ ସଂସଦର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ତେବେ ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଏହି ଅଧିବେଶନର କାର୍ଯ୍ୟଦିବସ କାଣ୍ଟ ଛାଣ୍ଟ ହେବା ସମ୍ଭାବନା ରହିଛି।

ତେବେ ଆସାମ, ପଶ୍ଚିମବଙ୍ଗ ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାରୁ ଅଧିବେଶନ କାଣ୍ଟଛାଣ୍ଟ ହୋଇପାରେ। ଏଥିପାଇଁ ବିଭିନ୍ନ ଦଳର ନେତା ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଅନୁରୋଧ କରିଛନ୍ତି। ଏଣୁ ଅଧିବେଶନ କାର୍ଯ୍ୟକାଳ ସଂକ୍ଷିପ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ବଜେଟ ଅଧିବେଶନର ପ୍ରଥମ ଭାଗ କୃଷି ଆଇନକୁ ବେଶ ଉଷ୍ଣ ରହିଥିଲା। ଏବେବି କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ ଦେଉଛି।

ସେପଟେ ପେଟ୍ରୋଲ ଦରକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ଘେରୁଛନ୍ତି। ଅଧିବେଶନ ଆରମ୍ଭରେ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଚାପ ସୃଷ୍ଟି କରିପାରନ୍ତି। ଗୃହରେ ବିରୋଧୀଙ୍କ ରଣନୀତି କଣ ରହିବ ସେ ସଂପର୍କରେ ଗତକାଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ସହଯୋଗି ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ସେପଟେ ସରକାର ଏହି ଅଧିବେଶନରେ ପେନସନ୍ ସଂଶୋଧନ, ଡିଜିଟାଲ କରେନ୍ସି ନିୟମ ଭଳି ବିଧେୟକଗୁଡିକୁ ସଂସଦରେ ଗୃହୀତ କରିବା ଲାଗି ମଧ୍ୟ ପ୍ରସ୍ତୁତ ହେଉଛନ୍ତି।

Leave a Reply

Your email address will not be published. Required fields are marked *